ଚଳଚ୍ଚିତ୍ର ଟି ଅତୀ ହୃଦୟସ୍ପର୍ଶୀ। ଗୋଟେ ମଧ୍ୟବିତ୍ତ ପରିବାର ର ସଂଘର୍ଷ ର କାହାଣୀ କୁ ଅତି ଜୀବନ୍ତ ଭାବରେ ଚିତ୍ରଣ କରା ଯାଇଅଛି। ଚଳଚ୍ଚିତ୍ର ର ମୁଖ୍ୟାଂଶ
- ଆରମ୍ଭରୁ ମନ୍ଦିର ର ଘଣ୍ଟି ଶବ୍ଦ।
- ବିନ୍ଦୁସାଗର ର ଦୃଶ୍ୟ।
- ସରକାରୀ ଚାକିରୀ ପଛରେ ଧାଉଁଥିବା ଏକ ମଧ୍ୟବିତ୍ତ ପିଲା ର ଚରିତ୍ର କୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଅଛି।
- ଓଡ଼ିଆ ସଂସ୍କୃତିକୁ ଜୀବନ୍ତ କରିବାର ପ୍ରୟାସ କୁ ମଧ୍ୟ ସଠିକ ଭାବରେ ଚିତ୍ରଣ କରାଯାଇଛି।
- ପୁଣି ଥରେ ସେହି ମୃଦଙ୍ଗ ଆଉ କଂସାଳ ର ଶବ୍ଦ ଚଳଚ୍ଚିତ୍ର ମଧ୍ୟରେ ଏକ ଭାବପୂର୍ଣ୍ଣ ପରିବେଶ ଶୃଷ୍ଟି କରୁଛି।
- ବେଳେବେଳେ ସରକାରୀ ଚାକିରି ପଛରେ ଥିବା ସଂଘର୍ଷ ର କାହାଣୀ କୁ ଜୀବନ୍ତ ଭାବରେ ଚିତ୍ରଣ କରାଯାଇଛି।
- ପୁଣି କେବେ ପୁଣି କେବେ ବାପାଙ୍କ ମୃତ୍ୟୁ କୁ ଅପେକ୍ଷା କରି ରହିଥିବା ପୁଅ ର ଚରିତ୍ର ଅତି ଜୀବନ୍ତ ହୋଇଛି।
- ସର୍ଵ ଶେଷରେ ବାପାଙ୍କ ର ପୁଅ ପ୍ରତି ଥିବା ଭଲ ପାଇବାକୁ ଅତି ସୁନ୍ଦର ଢଙ୍ଗରେ ପ୍ରତିପାଦନ କରାଯାଇଛି।
- ଏହା ଏକ ମଧ୍ୟବିତ୍ତ ପରିବାରର ସୁଖ ଦୁଃଖ ର କାହାଣୀ।
- ସବୁ ଘରର ନିତିଦିନ ହେଉଥିବା ଛୋଟ ଛୋଟ ଝଗଡ଼ା ସହିତ ପୁଣି ଛୋଟ ଛୋଟ ଖୁସି କୁ ନେଇ କାହାଣୀ।
- ସର୍ବଶେଷରେ ନୋ Copy।